Не ви допада? Няма проблеми! Можете да върнете стоките до 30 дни
Няма да сбъркате с подаръчен ваучер. Получателят може да избере нещо от нашия асортимент с подаръчен ваучер.
До 30 дни за връщане на стоки
ପାଠକମାନଙ୍କ ଉଦ୍ଦେଶ୍ୟରେ ଏତିକି କହିବାକୁ ଚାହୁଁଛି ଯେ, ଏ ପୁସ୍ତକ ନବୀନବାବୁଙ୍କ ସହିତ ମୋର ଆବେଗିକ ସଂପର୍କ ତଥା ପ୍ରତ୍ୟକ୍ଷ ରାଜନୀତିରେ ମୋର ସ୍ଥିତିକୁ ନେଇ କେବଳ ନୁହେଁ, ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ତତ୍କାଳୀନ ବହୁ ପରିବେଶ, ବହୁ ଘଟଣା ତଥା ମୋ ଜୀବନ ସଂଘର୍ଷର ସେହି ଦୀର୍ଘ ବର୍ଷଗୁଡ଼ିକର ସ୍ମୃତିଚାରଣ ମଧ୍ୟ । ସାମ୍ବାଦିକତାର ବୃତ୍ତିଗତ ଆତ୍ମସନ୍ତୋଷ ଭିତରେ ମୋ ବାପାଙ୍କ ସୂକ୍ଷ୍ମ ରାଜନୀତିକ ପ୍ରଭାବ ହେତୁ ଅନିର୍ଦ୍ଦିଷ୍ଟ ମୋ ଜୀବନ, ବୃତ୍ତିଗତ ମୋ କର୍ମ ଏବଂ ବିଧିନିର୍ଦ୍ଦିଷ୍ଟ ମୋ ନିୟତିକୁ ଏକପ୍ରକାର ସ୍ୱପ୍ରବାହରେ ପ୍ରବାହିତ କରିନେଇଥିବା ପରି ମୋର ମନେହୁଏ ।
ପ୍ରତି ମଣିଷର ଜୀବନ ଦୁଇଟି ସ୍ଥିତିରେ ବନ୍ଧା ପଡ଼ିଥାଏ, ଗୋଟିଏ ଅତୀତ ଆଉ ଗୋଟିଏ ତା'ର ବର୍ତ୍ତମାନ । ଅତୀତ ମାନେ ହିଁ ତ ସ୍ମୃତି । ଅତୀତ ଯାହାକୁ ଦିନେ ମଣିଷ ମୁହୂର୍ତ୍ତ ଆଉ କ୍ଷଣମାନଙ୍କ ମଧ୍ୟରେ ଭୋଗିଥାଏ, ଅଙ୍ଗେ ନିଭେଇଥାଏ ଏବଂ ବର୍ତ୍ତମାନରେ ପହଞ୍ଚିଥାଏ । ବର୍ତ୍ତମାନର ମୁହୂର୍ତ୍ତସବୁ ପୁଣି ପ୍ରସ୍ତୁତ ହେଉଥାନ୍ତି ଅତୀତ ହେବାକୁ । କାଳଖଣ୍ଡର ଏଇ ପ୍ରହେଳିକା ଭିତରେ ସଭ୍ୟତାର ଗତି ଓ ପରିଣତି ଖୁବ୍ ବିସ୍ମୟକର ସତରେ! ସ୍ମୃତିମଖା ଅତୀତରୁ ତେଣୁ ମଣିଷଟିଏ କେବେହେଲେ ମୁକ୍ତ ହୋଇପାରେ ନାହିଁ ।
ମୋ ଜୀବନକଥା ହୁଏତ ଏ ଜାତି ଓ ସମାଜ ପାଇଁ ଉଲ୍ଲେଖନୀୟ ପ୍ରତୀତ ହୋଇ ନ ଥାଆନ୍ତା, କିନ୍ତୁ ମୋ ଜୀବନର ଆଧାରବୃତ୍ତ ସାଜିଥିବା କିଛି ବିଶେଷ ସମୟର କଥା ଓ ବ୍ୟକ୍ତିସତ୍ତାଙ୍କ ଯୋଗୁଁ ହିଁ ମୋ ଜୀବନକଥା ପାଠକମାନଙ୍କୁ ମୂଲ୍ୟବାନ ମନେହେବ ବୋଲି ଆଶା କରୁଛି ।
Здравейте! Аз съм Libroamiko, вашият книжен съветник.
Как мога да ви помогна?