Не ви допада? Няма проблеми! Можете да върнете стоките до 30 дни
Няма да сбъркате с подаръчен ваучер. Получателят може да избере нещо от нашия асортимент с подаръчен ваучер.
До 30 дни за връщане на стоки
"ଯାହା ମୋତେ ଆଲୋଡ଼ିତ ଓ ଆନ୍ଦୋଳିତ କରେ ତାକୁ ନେଇ ଲେଖେ। ଘଟଣା, ପରିସ୍ଥିତି, ପରିବେଶ ସର୍ବୋପରି ମଣିଷ ଚରିତ୍ର ଓ ତା'ର ଅନ୍ତର୍ଲୋକ - ଏସବୁ ରହନ୍ତି ମୋ ଲେଖାରେ।" - ପଚାଶ ଦଶକର ମଧ୍ୟଭାଗର 'ମୀନାବଜାର' ପୃଷ୍ଠା ମଧ୍ୟ ଦେଇ ଏଯାବତ୍ ନିଜସ୍ୱ ଲେଖନୀର ସ୍ୱାତନ୍ତ୍ର୍ୟ ବଜାୟ ରଖିଥିବା ବର୍ଷୀୟାନ୍ ଯଶସ୍ୱିନୀ ଔପନ୍ୟାସିକା ବନଜ ଦେବୀ ଓଡ଼ିଆ ସାହିତ୍ୟର ଜଣେ ସଶ୍ରଦ୍ଧ ଉଚ୍ଚାରଣ। "ବିଶୁଦ୍ଧ କଳ୍ପନାକୁ ନେଇ ଯାହା ଲେଖାଯାଏ ତାହା କଦାପି ହୃଦୟସ୍ପର୍ଶୀ ହୁଏ ନାହିଁ, ତେଣୁ ବିଶୁଦ୍ଧ କଳ୍ପନାରୁ ଲେଖିହୁଏ ନାହିଁ ବରଂ ବାସ୍ତବତାର ଭିତ୍ତି ଉପରେ କଳ୍ପନାର ଇଟା ଯୋଡ଼େଇ ହୁଏ" - ବୋଲି ସେ ଉଲ୍ଲେଖ କରନ୍ତି। ସ୍ୱ-ଅନ୍ତଃପ୍ରେରଣାକୁ ତାଙ୍କ ଲେଖକୀୟ ସତ୍ତାର ମୂଳ ଉତ୍ସ ମନେ କରୁଥିବା ବନଜ ଦେବୀଙ୍କ ଉପନ୍ୟାସରେ ରହିଛି ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳଖଣ୍ଡର ସାମାଜିକ, ସାଂସ୍କୃତିକ ତଥା ଜୀବନନିଷ୍ଠ ଉପଲବ୍ଧିର ଇସ୍ତାହାର। ସେ 'ଉପନ୍ୟାସକୁ କାହିଁକି ନିଜ ଲେଖନୀର ଏକ ସହଜ ସ୍ୱାଭାବିକ ରୂପ ମନେକରନ୍ତି'ର ଉତ୍ତରରେ ତାଙ୍କର ବକ୍ତବ୍ୟ ହେଉଛି- "ଉପନ୍ୟାସରେ ଜୀବନକୁ, ସମାଜକୁ, ସଂସ୍କୃତିକୁ ଜାଣିହୁଏ। ଭିନ୍ନ ଭିନ୍ନ କାହାଣୀର ମାଧୁର୍ଯ୍ୟ ମିଳେ। ଜୀବନକୁ ବିଭିନ୍ନ ରୂପରେ ବିଭିନ୍ନ ଢଙ୍ଗରେ ଉନ୍ମୋଚନ କରିଥାଏ ଉପନ୍ୟାସ। ଉପନ୍ୟାସର ବଳିଷ୍ଠ ଚରିତ୍ର ଯେପରି ପ୍ରଭାବିତ କରେ ତା'ର ବାର୍ତ୍ତା ସେପରି ପ୍ରେରଣାୟିତ କରେ। ଅନେକ ସମୟରେ, ଅନେକ ଉପନ୍ୟାସରେ ପାଠକ ନିଜକୁ ଭେଟିଥାଏ। ଉପନ୍ୟାସ ବିଭିନ୍ନ ଭାବ ସମ୍ବଳିତ ଏକ ଜୀବନ କାବ୍ୟ।" ସାଂପ୍ରତିକ ସମାଜର ଅନେକ ଅବ୍ୟକ୍ତ-ଅଦେଖା ଭାବ ସଂଘଟନାକୁ ବନଜ ଦେବୀ ଅତି ସୁନ୍ଦର-ସାବଲୀଳ ଢଙ୍ଗରେ ତାଙ୍କର ଚରିତ୍ରମାନଙ୍କ ଜରିଆରେ ଉପସ୍ଥାପନ କରନ୍ତି।
Здравейте! Аз съм Libroamiko, вашият книжен съветник.
Как мога да ви помогна?