Doesn't suit? No problem! You can return items for up to 30 days
You won't go wrong with a gift voucher. The gift recipient can choose anything from our offer.
Up to 30 days for returns
ପ୍ରତୀକ୍ଷାର ଶେଷଦାଢ଼ରୁ
ମେଘପକ୍ଷୀ ବଜେଇପାରେ
ପ୍ରାପ୍ତିର ମୃଦଙ୍ଗ,
ତା'ଓଠର ଅତି ନିକଟରେ
ବିନ୍ଦୁବିନ୍ଦୁ ଜଳର ସୁଦୃଶ୍ୟ
ଆକର୍ଷଣ ଥିଲେ ବି
ସେ'ଶୋଷି ପାରେନି
ଶୋଷର ଢ଼ଳଢ଼ଳ ଶୋଷ କି
ନିରୋଧି ପାରେନି
ବେଗର ଆବେଗ ।
ଅନୁଗ୍ରହର ଗର୍ଭରେ ସେ'ଏକ
ଦିନବାହୁଡ଼ା ଗୀତର
ନିଶବ୍ଦ ଭିକ୍ଷାପାତ୍ର,
କୋଷ ହୀନ କୋଷିକାର
ନିସ୍ପନ୍ଦ ଆବେଦନ,
ଦାହ ସରିଥିବା ଦେହର
ପାଂଶୁଳ ଚିତ୍କାର ।
ସେ' କହେ
ପ୍ରତ୍ୟେକ ନାରୀ କ'ଣ
ମୋ'ପରି ଚିତ୍ରିତ
ଚିତ୍ରରୂପା ନୁହଁ...?
Hi! I'm Libroamiko, your book advisor.
How can I help you?